ସେହଜାଦୀ ଫତିମା ର ତୃତୀୟ ବର୍ଷ ଜନ୍ମ ଦିନ ଅବସରରେ ବୃକ୍ଷ ରୋପଣ

ଆୱାଜେହିନ୍ଦବ୍ୟୁରୋ: ଜଗତସିଂହପୁର ଜିଲ୍ଲା ଯଶୋବନ୍ତ ପୁର ଗ୍ରାମ ରେ ଥିବା ଶେଖ ରିୟାଜ଼ ଉଦ୍ଦିନ ଙ୍କ ଝିଅ ତୃତୀୟ ବର୍ଷ ଜନ୍ମ ଦିନ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି l ଏହା ହେଉଛି ପ୍ରଦୂଷଣ କୁ କିଛି ମାତ୍ରା ରେ ରୋକିବା ପାଇଁ ଏକ ଛୋଟ ପ୍ରୟାସ l ସେହଜାଦୀ ଫତିମା ଙ୍କ ତୃତୀୟ ବର୍ଷ ଜନ୍ମ ଦିନ ଅବସରରେ ଅଙ୍ଗନବାଡି କେନ୍ଦ୍ର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଅଙ୍ଗନବାଡି ଦିଦି ବନଲତା ମିଶ୍ର,ବସ୍ମିତା ମହାପାତ୍ର, ସରୋଜ ଚନ୍ଦ୍ର ମହାପାତ୍ର, . ଶେଖ ଆଲ୍ଲାଉଦିନ, . ରହିମା ବିବି, . ରମେଶ ଚନ୍ଦ୍ର ମହାପାତ୍ର, ଲିୟାକତ ଖାଁ, ସରୋଜ ମହାପାତ୍ର ଏବଂ ସେହଜାଦୀ ଫାତିମା ଓ ଶେଖ ରିୟାଜ଼ ଉଦ୍ଦିନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି ଆମ ଦେଶରେ ଯେପରି ପରିମାଣ ରେ ଜନସଂଖ୍ୟା ଓ ତା ସହିତ ଗାଡି ସଂଖ୍ୟା ବୃଦ୍ଧି ପାଇବାରେ ନାଗିଛି ସେହିଥିପାଇଁ ପ୍ରଦୂଷଣ ବହୁ ମାତ୍ରାରେ ବୃଦ୍ଧି ପାଉଛି ଏମିତି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି ଏକ ଛୋଟ ପ୍ରୟାସ ଆରମ୍ଭ କରିଛନ୍ତି l ସାରାଦେଶରେ ଗାଡି ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ରାସ୍ତା ତିଆରି କରିବା ପାଇଁ ହଜାର ହଜାର ଗଛ କାଟିଦେଉଛନ୍ତି l ସେହିପରି କେତେ ସୋଛାସେବୀ ସଂଗଠନ ମାନେ ବୃକ୍ଷ ରୋପଣ କରୁଛନ୍ତି ତାଙ୍କୁ ମଧ୍ୟ୍ୟ ଅଶେଷ ଅଶେଷ ଧନ୍ୟବାଦ ଏମିତି ଆମେ ସମସ୍ତେ ଯଦି ଛୋଟ ପ୍ରୟାସ କରିବା ଆଗକୁ ଆମକୁ ଅକ୍ସିଜନ ର ଅଭାବ ଦେଖାଯିବନି l ଏପରି ପ୍ରୟାସ ପ୍ରତେକ ବର୍ଷ କରାଯିବ ବୋଲି ସୂଚନା ଦେଇଛନ୍ତି ଶେଖ ରିୟାଜ଼ ଉଦ୍ଦିନ ଗଛ ଲଗାଇବା ପରିବେଶ କୁ ସୁରକ୍ଷ୍ୟ ରଖିବା ପ୍ରଦୂଷଣ ରୁ ମୁକ୍ତ କରିବା ଜୀବନ ବଞ୍ଚେଇବା I

Leave a Reply

Your email address will not be published. Required fields are marked *