ଜଗତସିଂହପୁର, ୨୯/୧୦/୨୦୨୪:- ସରକାର ଦେଉଛନ୍ତି ସଠିକ ଚାଉଳ କିନ୍ତୁ ଡିଲର କାଟୁଛନ୍ତି 3 କିଲୋ ଚାଉଳ ଲୋକଙ୍କ ଅଭିଯୋଗ କରିଲା ପରେ ବି ଶୁଣୁନାହାନ୍ତି ଡିଲର l ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତରିକୁନ୍ଦ ଗ୍ରାମ ପଞ୍ଚାୟତର ହରିରାମପାଟଣା ଠାରେ l ଏଠାର ଡିଲର ଅଶୋକ କୁମାର ସାହୁ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସେହି ଡିଲର ଅଧୀନରେ ଥିବା ଖାଉଟିମାନେ । ଖାଉଟି ମାନଙ୍କର କହିବା ଅନୁଯାୟୀ ଡିଲର ଅଶୋକ କୁମାର ସାହୁ ଆଜକୁ ୩ ବର୍ଷରୁ ଉର୍ଦ୍ଧ୍ଵ ହେବ ହିତାଧିକାରୀ ମାନଙ୍କୁ ବଣ୍ଟନ କରୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ଓଜନ ଉପରେ ମନଇଛା କାଟିକି ବିତରଣ କରିବା ସଙ୍ଗେ ସଙ୍ଗେ ଓଜନ କଣ୍ଟା ରେ ମଧ୍ୟ ଠକୁଥିବା ଅଭିଯୋଗ ଆଣିଛନ୍ତି। ଯଦି କେହି ଏହାର ବିରୋଧ କରୁଛନ୍ତି ତାଙ୍କୁ ବଳପୁର୍ବକ ଧମକ ମଧ୍ୟ ଦେଉଛନ୍ତି। ଆଉ ଯିଏ ଯୁକ୍ତି କରୁଛନ୍ତି କାହିଁକି ଆମର କାଟୁଛ ଯେତିକି ଆମର ହକ୍ ପାଇବା କଥା ସେତିକି ନବୁ ବୋଲି କହିବାରୁ ସେମାନଙ୍କୁ ଠିକ୍ ଦେଇଦେଉଛନ୍ତି। ବିଶେଷକରି ଗରିବ ମାନଙ୍କ ପେଟକୁ ଲାତ୍ ମାରୁଛନ୍ତି ଏହି ଡିଲର ଅଶୋକ କୁମାର ସାହୁ। ଏତେ ବର୍ଷ ଧରି ଏହି ଖାଉଟି ମାନେ ଏକଜୁଟ ହୋଇ ଡିଲର ପାଖକୁ ଯାଇ ତାଙ୍କ ଏପରି ଅନ୍ୟାୟ ର ଖଣ୍ଡନ କରି ତାଙ୍କ ର ଏହି ପରି କାରନାମାକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ l ବିଜେଡି ଶାସନ କାଳରୁ ଏପରି କରି ଆସୁଛନ୍ତି ବୋଲି ବହୁ ହିତାଧିକାରୀ ମାନେ ଅଭିଯୋଗ ଆଣିଛନ୍ତି । ସେହି ଡିଲର ନିରୀହ ଲୋକଙ୍କ ରାସନ କାର୍ଡ କରିବା ପାଇଁ ହେଲେ ଖୁଲମ ଖୁଲା ମାଗୁଛନ୍ତି ପଇସା l ନଦେଲେ କରାଯିବନି ରାସନ କାର୍ଡ l ଏଠି ପ୍ରଶ୍ନ ଉଠୁଛି ସେ କାହା ସାହସ ରେ ଏପରି କାର୍ଯ୍ୟ କରୁଛନ୍ତି ତାଙ୍କ ସହ କେଉଁମାନେ ସମ୍ପୃକ୍ତ ଅଛନ୍ତି ସମସ୍ତ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଲୋକମାନେ ଦାବି କରିଛନ୍ତି l ଜଗତସିଂହପୁର ରୁ ଶେଖ ରିୟାଜ ଉଦ୍ଦିନ ଙ୍କ ରିପୋର୍ଟ ଆୱାଜେ ହିନ୍ଦ l
آواز ہند | ଆୱାଜେ ହିନ୍ଦ