ଗୋପିନାଥପୁର ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ଓ ମୋ ସେବା କେନ୍ଦ୍ର କର୍ମଚାରି ଙ୍କ ଦ୍ଵାରା 75 ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆୱାଜେ ହିନ୍ଦ, ଜଗତସିଂହପୁର(26/01/24): ବିରିଡି ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ କର୍ମଚାରୀ ଙ୍କ ସହ ପଞ୍ଚାୟତରେ ଥିବା ମୋ ସେବା କେନ୍ଦ୍ର ର କର୍ମଚାରୀ ମିଳିତ ଭାବେ 75 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି l ଏହି ଅବସରରେ ସର୍ବ ପ୍ରଥମେ ଗୋପିନାଥପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ କାହ୍ନୁ ଚରଣ ବେହେରା ପତାକା ଉତ୍ତୋଳନ କରିଥିଲେ ତାଙ୍କ ସହ ପି ଇ ଓ ପ୍ରଦୀପ କୁମାର ସ୍ଵାଇଁ, ଜି ଆର ଏସ୍ ରାଜେଶ କୁମାର ଦାସ ଙ୍କ ସହ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସହ ଏହି ପଞ୍ଚାୟତ ଅଫିସ ରେ ଥିବା ମୋ ସେବା କେନ୍ଦ୍ର ର ଭି ଏଲ୍ ଇ ଏକବାଲ ଅହମଦ ଶାହା ଙ୍କ ସହ ତାଙ୍କ ଅଫିସ କର୍ମଚାରୀ ଉପସ୍ଥିତ ଥିଲେ l ଏହି ଅବସରରେ ସରପଞ୍ଚ ଶ୍ରୀ ସାହୁ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଇ ଥିଲେ ଏବଂ ମୋ ସେବା କେନ୍ଦ୍ର ର ମୁଖ୍ୟ ଶାହା ମଧ୍ୟ କୃତଜ୍ଞତା ଜଣାଇଥିଲେ

Leave a Reply

Your email address will not be published. Required fields are marked *