ଜଗତସିଂହପୁର ଜିଲ୍ଲା ର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଲା

ଜଗତସିଂହପୁର:(26/01/24) ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସର ରେ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ଓ ତାଙ୍କ ସହିତ ମାନ୍ୟବର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲୀ, ମାନ୍ୟବର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିଆର ରାହୁଲ, ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ l ସାଧାରଣତନ୍ତ୍ର ଦିବସ ଜିଲ୍ଲା ର ବିଭିନ୍ନ ସ୍କୁଲ ର ପିଲାମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ପ୍ୟାରେଡ, ଡିବେଟେ ଓ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏହି ଦିବସ ଜିଲ୍ଲା ର ଏନସିସି, ସ୍କାଉଡ଼, ହୋମଗାର୍ଡ, ଓଡିଶା ପୋଲିସ, ଓ ଅନ୍ୟାନ ପିଲାମାନେ ନିଜ ନିଜର ପ୍ୟାରେଡ ମାଧ୍ୟମରେ ଅତିଥି ମାନଙ୍କ ମନ ଆକର୍ଷଣ କରିଥିଲେ l

Leave a Reply

Your email address will not be published. Required fields are marked *